ଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ

You are currently viewing ଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ

ଅନୁଗୁଳ: ଅନୁଗୁଳରେ ଏଥରକ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିବାରୁ ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ଏଥରକ  ବିଜେଡି ପୌର ପରିଷଦ ହାତେଇବାରେ ସଫଳ ହୋଇଛି। ନଗରପାଳ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ପ୍ରାରମ୍ଭିକ ଗଣତି ବେଳେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନ ଆଗୁଆ ରହିଥିବା ବେଳେ ଶେଷ ପର୍ଯ୍ୟାୟରେ କିନ୍ତୁ ବିଜେଡିର ଅକ୍ଷୟ ସାମନ୍ତ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅକ୍ଷୟ ମାତ୍ର ୯୭ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି। ଅକ୍ଷୟ ୯୦୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦିଲ୍ଲୀପ ୮୯୬୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅକ୍ଷୟଙ୍କ ବାଜିମାତ୍‌ ପରେ ବିଜେଡି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟିବା ସହ ନାଚଗୀତର ଆସର ମେଲାଛନ୍ତି।

ଅନ୍ୟପଟେ ପୂର୍ବାପେକ୍ଷା ବିଜେପିକୁ ଏଥରକ ବହୁ ମତ ମିଳିଛି। ୨୩ ଟି ୱାର୍ଡରୁ ବିଜେପି ଚମତ୍କାର ପ୍ରଦର୍ଶନ କରି ୧୩ ଟି ଆସନ ଦଖଲ କୁ ନେଇଛି। ୧ ନମ୍ୱର ୱାର୍ଡରୁ ସୁକାନ୍ତୀ ଦାସ, ୨ ରୁ ଉଷାରାଣୀ ସାମଲ, ୩ ରୁ ମଞ୍ଜୁଲତା ଦେହୁରୀ, ୪ ରୁ ଅନୁପମ ସାହୁ, ୫ ରୁ ରଣଜିତ୍ ମାଣ୍ଡେଠିଆ, ୬ ରୁ ସୁଶୀଲ ମୁଖି, ୭ ରୁ ନିରଞ୍ଜନ କର, ୮ ରୁ କୈଳାଶ ପ୍ରଧାନ, ୯ ରୁ ସରିତା ମିଶ୍ର, ୧୦ ରୁ ଟୁନି ପ୍ରଧାନ, ୧୧ ରୁ ମନୋଜ ନାଏକ, ୧୨ ରୁ ସ୍ନେହଲତା ମହାରଣା, ୧୪ ରୁ ସୁଲୋଚନା ଦ୍ବିବେଦୀ, ୧୫ ରୁ ମିନତୀ ନାଏକ, ୧୬ ରୁ ସଦାନନ୍ଦ ପରିଡ଼ା, ୧୭ ରୁ ସଂଯୁକ୍ତା ନନ୍ଦ, ୧୮ ରୁ ଶଙ୍କର ସେଠୀ, ୧୯ ରୁ ବଳରାମ ଜେନା, ୨୦ ରୁ ରେଣୁକା ଦେଇ, ୨୧ ରୁ ଶକୁନ୍ତଳା ଦାସ, ୨୨ ରୁ ପ୍ରଜ୍ଞା ଦାସ ଓ ୨୩ ରୁ ସୂର୍ଯ୍ୟସ୍ମିତା ସାହୁ କାଉନ୍‌ସିଲର ଭାବେ ବିଜୟୀ ହୋଇଛନ୍ତି।

ଦୀର୍ଘଦିନ ପରେ କଂଗ୍ରେସ ଗଡ଼ରେ ବିଜେପିର ଦବ୍‌ଦବା ବଢ଼ିଥିବା ଦେଖାଯାଇଛି। ତେବେ ଶେଷ ମୁହୂର୍ତ୍ତରେ କଂଗ୍ରେସରୁ ଆସି ବିଜେଡି ଟିକେଟ୍‌ରେ ନଗରପାଳ ଭୋଟ୍‌ ଜିତିବା ଅକ୍ଷୟ ସାମନ୍ତଙ୍କ ପାଇଁ ନିହାତି ଭାବେ ଐତିହାସିକ ବିଜୟ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply