ଅନୁଗୁଳ: ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ ଏଗାରଟା ସମୟରେ ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ ଆସିଥିଲେ। ଓଡ଼ିଶା ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ,ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ,ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ,ସୁଜିତ୍ ଦ୍ବିବେଦୀ,ଅଜିତ ଦ୍ବିବେଦୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ସାମନ୍ତ ଙ୍କୁ ସ୍ଵାଗତ କରିଥିଲେ। ଏ ଅବସରରେ ଶ୍ରୀ ସାମନ୍ତ ସାମ୍ବାଦିକ ମାନଙ୍କୁ ଅନୁଗୁଳ ସହରକୁ ଏକ ମୋଡେଲ ସହରରେ ପରିଣତ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯିବ ବୋଲି କହିଥିଲେ। ଶ୍ରୀ ସାମନ୍ତ ଏଥି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜିତି ଅନୁଗୁଳ ପୌରପାଳିକାର ପୌରାଧକ୍ଷ ହୋଇ ପାରିଥିଲେ। ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ଶ୍ରୀ ସାମନ୍ତ ବିଜେଡିରୁ ଲଢି ବିଜେପିର ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ।
ପୌରାଧକ୍ଷ ଦାୟିତ୍ଵ ନେଲେ ଅକ୍ଷୟ ସାମନ୍ତ
- Post published:March 30, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
