ଅନୁଗୁଳ: ଖରାଦିନ ଆରମ୍ଭ ନ ହେଉଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆଁ ଲାଗୁଥିବା ଦେଖାଯାଇଛି। ବୁଧବାର ବଅଁରପାଳ ବ୍ଲକ ମଝିକାର ଏକ ଗାଁରେ ଜଣଙ୍କ ପାଳଗଦାରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ମୁତାବକ, ମଝିକା ଗାଁର ଦୁଃଶାସନ ସାହୁଙ୍କ ପାଳଗଦାରେ ଆଜି ଅପରାହ୍ନ ୧ ଟା ବେଳେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଫଳରେ ପାଳ ଗଦାଟି ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଳେ ମଧ୍ୟ ସଫଳ ହୋଇ ନଥିଲେ। ଏଣୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଦୁଃଶାସନ ସାହୁଙ୍କର ୨ଟି ପାଳଗଦା ଜଳିଯାଇଥିବା ସୂଚନା ମିଳିଛି।











