ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀ

You are currently viewing ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀ

ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା’: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା। ରବିବାର ଅନୁଗୋଳ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ବିଦ୍ୟାଳୟ ଶିକ୍ଷା), ଓଡ଼ିଶା ପ୍ରାନ୍ତର ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ସେ ଏପରି ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଥିଲେ ଯେ, ଶିକ୍ଷକମାନଙ୍କ ନିଜସ୍ୱ ତ୍ୟାଗ ଏବଂ ସମାଜ ପ୍ରତି ଥିବା ନିଃସ୍ୱାର୍ଥପର ସମର୍ପଣ ହିଁ ଶିକ୍ଷକ ସମାଜର ପ୍ରକୃତ ପରିଚୟ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷକତା କେବଳ ଏକ ବୃତ୍ତି ବା ‘ଚଏସ୍’ ନୁହେଁ; ଏହା ହେଉଛି ଆଗାମୀ ପିଢ଼ିର ଭବିଷ୍ୟତ ଗଢ଼ିବା ପାଇଁ ଏକ ଦୃଢ଼ ଇଚ୍ଛାଶକ୍ତି ଓ ଗୁରୁଦାୟିତ୍ୱ। ସେ କହିଛନ୍ତି ଯେ ଓଡ଼ିଶାରେ ସରକାରୀ ସ୍କୁଲର ପିଲାମାନଙ୍କୁ ସମର୍ଥ କରିବା ପାଇଁ ଶିକ୍ଷକ, ସରକାର ଓ ସମାଜକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ବିଷୟରେ ଆଲୋକପାତ କରି କହିଛନ୍ତି ଯେ ଓଡ଼ିଶାରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସଂସ୍କାରଭିତ୍ତିକ ନୂଆ ପାଠ୍ୟପୁସ୍ତକ ପ୍ରଣୟନ କରାଯିବ। ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଆଗକୁ ନୂଆ ପଲିସି ଲାଗୁ ହେବାକୁ ଯାଉଛି, ଯାହାର ସଫଳ ରୂପାୟନର ସମ୍ପୂର୍ଣ୍ଣ ଦାୟିତ୍ୱ ହେଉଛି ସମାଜର। ଶିକ୍ଷକମାନେ ହେଉଛନ୍ତି ସେହି ‘ଶିଳ୍ପୀ’, ଯିଏ କୋମଳମତି ଶିଶୁରୂପୀ କଞ୍ଚାମାଟିକୁ ଏକ ସୁନ୍ଦର ରୂପ ଦେଇଥାନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ – ଏହି ତିନିଜଣଙ୍କ ସମନ୍ୱୟରେ ହିଁ
ସମାଜରେ ପ୍ରକୃତ ବ୍ୟବସ୍ଥା ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିବା ସହ ନୂଆ ଜାତୀୟ ଶିକ୍ଷା ନୀତି ଅଧୀନରେ ଓଡ଼ିଶାରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସଂସ୍କାରଭିତ୍ତିକ ନୂଆ ପାଠ୍ୟପୁସ୍ତକ ପ୍ରଣୟନ କରାଯିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ।

Share

Leave a Reply