ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଡବ୍ଲ୍ୟୁସିଆର ଜବଲପୁର ଚାମ୍ପିୟନ

You are currently viewing ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଡବ୍ଲ୍ୟୁସିଆର ଜବଲପୁର ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ାଙ୍ଗନାରେ ଆନନ୍ଦ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଆସୋସିଏସନର ସଭାପତି ବିନୋଦ କୁମାର ସରଳିୟାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାରା ଦେଶରୁ ୬ଟି ଦଳ ହରିୟାଣା, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ବିଶାଖାପାଟନାମ୍, ଡବ୍ଲ୍ୟୁସିଆର ଜବଲପୁର, ଲେୟୋଲା କଲେଜ ଚେନ୍ନାଇ ଓ ଏମଆରସି ଦିଲ୍ଲୀର ଖେଳାଳୀମାନେ ଯୋଗ ଦେଇଥିଲେ।

ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତୀ, ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରଶାଦ ବେହେରା, ବିଜେପି ଆଇଟି ସେଲ ସଂଯୋଜକ ଅକ୍ଷୟପାଦ ବେହେରା, ଚୌଧୁରୀ ପ୍ରଧାନ, ଅଜିତ କୁମାର ପ୍ରଧାନ, ଜିଲ୍ଲା ସମ୍ପାଦକ ସୁଦିପ ଗଡନାୟକ ପ୍ରମୁଖ ଯୋଗ ଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଫାଇନାଲ ମ୍ୟାଚରେ ଡବ୍ଲ୍ୟୁସିଆର ଜବଲପୁର ୨-୧ ସେଟରେ ବିଶାଖାପାଟଣାକୁ ହରାଇ ଚାମ୍ପିୟନ ହୋଇଥିଲା। ଆନନ୍ଦ ସ୍ପୋର୍ଟସ ଆସୋସିଏସନର ସମ୍ପାଦକ ଚିତ୍ତରଞ୍ଜନ ଦେହୁରୀ, ତ୍ରିଲୋଚନ ବେହେରା, ସୁରେଶ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ଗଡନାୟକ, ଜୟନ୍ତ କୁମାର ସାହୁ, ଜିତେନ୍ଦ୍ର ଦେହୁରୀ, ସମରେଶ ନାଥ, ଗୋଲଖ ବିହାରୀ ପ୍ରଧାନ, ଜିନେନ୍ଦ୍ର ପ୍ରଧାନ, ଜଳଧର ସେଠୀ, ମନୋଜ ସାହୁ, ଅନୀଲ କୁମାର ସାହୁ ସମେତ ସହଯୋଗ କରିଥିଲେ।

ଜାତୀୟସ୍ତରୀୟ ରେଫରୀ ନିରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ କଳାକାର ସାମଲ, ହିମାଂଶୁ ଦାସ, ବିଜୟ କୁମାର ବାଗ, ଚିନ୍ମୟ ଦାଶ, କୁମାର ରଞ୍ଜନ ମଲିକ, ତୁଷାରକାନ୍ତ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Share

Leave a Reply