ଶନିବାର ତାଳଚେରର ସମସ୍ତ ଖଣି ଖାଦାନ ବନ୍ଦ! ୨୦ ଦଫା ଦାବି ନେଇ ବନ୍ଦ ଡାକରା ଦେଲା ତାଳଚେର ସୁରକ୍ଷା ମଞ୍ଚ

You are currently viewing ଶନିବାର ତାଳଚେରର ସମସ୍ତ ଖଣି ଖାଦାନ ବନ୍ଦ! ୨୦ ଦଫା ଦାବି ନେଇ ବନ୍ଦ ଡାକରା ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାଳଚେରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଶନିବାର ସକାଳ ୬ ଟାରୁ ତାଳଚେର ସମସ୍ତ ଖଣିଖାଦାନ ବନ୍ଦ ଡାକରା ଦିଆଯାଇଛି। ୨୦ଟି ଦାବି ପୂରଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି।

ଦାବିଗୁଡ଼ିକ ହେଲା ଘଣ୍ଟପଡ଼ା ଠାରେ ରେଳୱେ ଓଭରବ୍ରିଜ୍ ନିର୍ମାଣ, ମେଡ଼ିକାଲ କଲେଜ ଚଳିତବର୍ଷରୁ ନାମଲେଖା, ବିସ୍ଥାପିତଙ୍କୁ ଚାକିରି ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ଏବଂ ୧୫୦ କିଲୋମିଟର ପରିଧି ଭିତରେ ଥିବା ସମସ୍ତ କଳକାରଖାନା କୁ ରେଲ ଯୋଗେ କୋଇଲା ପରିବହନ ବନ୍ଧ କରି ଟ୍ରକ ଯୋଗେ କୋଇଲା ପରିବହନ କରିବା ଆଦି ଦାବି ରହିଛି।

Share

Leave a Reply