କାଲିଠୁ ସବୁ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଲେ ସରକାର

You are currently viewing କାଲିଠୁ ସବୁ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର: ଆସନ୍ତା କାଲିଠୁ ଛୁଟି ହେଲା ସବୁ ସ୍କୁଲ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଆଜି ସ୍କୁଲ ଛୁଟି ନେଇ ଘୋଷଣା କରିବା ଅବସରରେ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଖରାର ମାତ୍ରା ବଢ଼ି ବଢ଼ି ଚାଲିଛି। ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଏଭଳି ସ୍ଥିତିରେ ଛୋଟ ପିଲାମାନେ ସ୍କୁଲ ଆସିବାରେ ସମସ୍ୟା ହେଉଛି। ଏତେ ଗରମରେ ପିଲାମାନେ ସ୍କୁଲ ଆସିବା ବେଳେ ଅଂଶୁଘାତର ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲକୁ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଠାରୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କିଛି ପରିବର୍ତ୍ତନ କରାଯାଇନାହିଁ।

ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ ଚଳିତବର୍ଷ ଜୁନ୍‌ ୧ ରୁ ୧୫ ଯାଏଁ ସ୍କୁଲ ଛୁଟି ରହିବ। କିନ୍ତୁ ଖରାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଏହି ନୂଆ ଘୋଷଣା ଅନୁସାରେ କାଲିଠୁ ୫ ଦିନ ଯାଏଁ ଅନୁଗୁଳ ସମେତ ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ।

Share

Leave a Reply