କେଟ୍ ଅନୁଗୁଳ ଶାଖାର ତୃତୀୟ ସ୍ଥାପନା ଦିବସ

You are currently viewing କେଟ୍ ଅନୁଗୁଳ ଶାଖାର ତୃତୀୟ ସ୍ଥାପନା ଦିବସ

ଅନୁଗୁଳ: କନଫେଡରେସନ୍ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ୍(କେଟ୍) ଅନୁଗୋଳ ଶାଖାର ତୃତୀୟ ସ୍ଥାପନା ଦିବସ ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇ ଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିବା ସହ ଆଜିର ଦିନରେ ବ୍ୟବସାୟୀଙ୍କୁ ସମ୍ମାନ ମିଳୁନାହିଁ ଏବଂ ଅନେକ ସମୟରେ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରାଯାଉଛି ବୋଲି କହିଥିଲେ। ସମାରୋହରେ ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଦେଶ ପ୍ରଗତିରେ ବ୍ୟବସାୟୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଜାତୀୟ ଉପସଭାପତି ବ୍ରିଜମୋହନ ଅଗ୍ରୱାଲ
ଅନ୍‌ଲାଇନ୍ ବ୍ୟବସାୟ ବ୍ୟବସାୟୀଙ୍କ ପାଇଁ କିଭଳି ବାଧକ ସାଜୁଛି ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ସୁଧାକର ପଣ୍ଡା, ଜାତୀୟ ଉପସଭାପତି ଜିତେନ୍ଦ୍ର ଗୁପ୍ତା ଦୃଢ଼ ସଂଗଠନ ଉପରେ ଗୁରୁତ୍ବ ଦେଇଥିଲେ। ରାଜକୁମାର ଶୁକ୍ଳା ଅଧ୍ୟକ୍ଷ, ରମେଶ ଚନ୍ଦ୍ର ଶାହା ସଭାପତି, ରୋହିତ ଲିହାଲା ସମ୍ପାଦକ, ମାନସ ଅଗ୍ରୱାଲ କୋଷାଧ୍ୟକ୍ଷ ରୂପେ ଶପଥ ନେଇଥିଲେ। ଆଇନ ପରାମର୍ଶଦାତା ପି.କେ ପଣ୍ଡା ଉପସ୍ଥିତ ଥିବାବେଳେ ଆଶିଷ ଅଗ୍ରୱାଲ,ଶ୍ରୀରାମ ମ।ଣ୍ଡୋଠିଆ,ଜଗନ୍ନାଥ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share

Leave a Reply