ଚିକେନ୍ ଦୋକାନ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୩ ଗିରଫ

0

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ମାଛ ମାର୍କେଟରେ କାମ କରୁଥିବା ଆଙ୍କୁଲା ଗାଁର ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ଆଙ୍କୁଲା ଗାଁର ପୁରୁଷୋତ୍ତମ ନାଏକ ମାଛ ମାର୍କେଟରେ ଥିବା ଏକ ଚିକେନ୍ ଦୋକାନରେ କାମ କରନ୍ତି। ଗତକାଲି ସେ ଦୋକାନରେ ଥିବା ବେଳେ ୪ ଜଣ ଯୁବକ ଆସି ତା‌ଙ୍କ ବେକରେ ମାରଣାସ୍ତ୍ର ଲଗାଇ ଗାଳିଗୁଲଜ କରିଥିଲେ। ପରେ ତାଙ୍କୁ ନିର୍ଘାତ ମାଡ଼ ମାରି ଦୋକାନରେ ଥିବା ୨୫୦୦ ଟଙ୍କା ସହ ଚିକେନ୍ କାଟିବାରେ ବ୍ୟବହୃତ ଛୁରି ଓ ଚାପଡ଼ ନେଇଯାଇଥିଲେ। ଏ ସଂପର୍କରେ ପୁରୁଷୋତ୍ତମ ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୋଲିସ ତଦନ୍ତ କରି ଆଜି ହୁଲୁରିସିଂହାର ରାଜା ମୁଖୀ(୨୭), ତପନ ମୁଖୀ(୨୭) ଓ ବାବୁ ମୁଖୀ(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!