ବାଇକ୍ ଚୋରି ଅଭିଯୋଗ

You are currently viewing ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରେ ଭଡ଼ାଘରେ ଚାଲିଥିବା ଷ୍ଟେଲମେକ୍ ନାମକ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍ ଚୋରି ହୋଇଛି। ଏ ନେଇ ସଂସ୍ଥାର ଦେବାଶିଷ ବାଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ବାଇକ୍(ଓଡି୩୩ଭି୮୨୬୯)ଟି ଘରବାହାରେ ଥୁଆ ହୋଇଥିଲା। ରାତି ୧୨ଟା ପର୍ଯ୍ୟନ୍ତ ସେଠାରେ ଥିବା ଦେଖାଯାଇଥିଲା। ତେବେ ସକାଳେ ସେଠାରୁ ବାଇକ୍ ଚୋରି ହୋଇଯାଇଛି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply