ଜୋର ଜବରଦସ୍ତ ଟଙ୍କା ଛଡ଼ାଇନେବା ଅଭିଯୋଗ, ନାବାଳକ ସମେତ ୪ ଗିରଫ

You are currently viewing ଜୋର ଜବରଦସ୍ତ ଟଙ୍କା ଛଡ଼ାଇନେବା ଅଭିଯୋଗ, ନାବାଳକ ସମେତ ୪ ଗିରଫ

ଅନୁଗୁଳ: ଜଣେ ବ୍ୟକ୍ତିଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଓ ମୋବାଇଲ ଫୋନ ଲୁଟିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୁଲିସ ଜଣେ ନାବାଳକ ସହ ୪ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଗତ ୧୨ ତାରିଖ ରାତି ସାଢ଼େ ୧୧ ଟାରେ ବିକ୍ରମ କୁମାର ଶତପଥୀ, ଲେବର ପେମେଣ୍ଟ କରିବା ନିମନ୍ତେ ୩୬ ହଜାର ଟଙ୍କା ନେଇ ଜରପଡ଼ା ଯାଉଥିଲେ। ବାଟରେ ପ୍ରବଳ ବର୍ଷା ହେବାରୁ ସେ ହୁଲୁରୁସିଂହା ତାରିଣୀ ମନ୍ଦିର ସାମନା ଏକ ବନ୍ଦ ଥ‌ିବା ଦୋକାନ ସାମନାରେ ଛିଡ଼ା ହୋଇଥିଲେ। ସେହି ପାଖରେ ଛିଡ଼ା ହୋଇଥ‌ିବା ୫-୬ ଯୁବକ ତାଙ୍କ ଠାରୁ ଜୋର ଜବରଦସ୍ତ ୩୬ ହଜାର ଟଙ୍କା ଓ ତାଙ୍କ ମୋବାଇଲ ଫୋନକୁ ଛଡ଼ାଇ ନେଇଥିଲେ। ଏନେଇ ବିକ୍ରମ ସେହି ଦିନ ଅନୁଗୁଳ ଟାଉନ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ।

ପୁଲିସ ଆଜି ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତ ହୁଲୁରିସିଂହା ଗାଁର ସୁରଜ ମୁଖୀ (୨୪), ଉଦୟ ମୁଖୀ (୨୧), ନାଥ ମୁଖୀ (୨୧)ଙ୍କ ସମେତ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଥିବା ଜଣାଯାଇଛି।

Share

Leave a Reply