ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିଛି ଦିନ ତଳେ ଜିଲ୍ଲା ମହିଳା ସଭାନେତ୍ରୀ ସବିତାରାଣୀ ଧୀର ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ସେ ଦଳ ଛାଡ଼ିଥିବା ବେଳେ ଦଳ କିନ୍ତୁ ତାଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲା । ଏହି ଘଟଣା ଗୋଟିଏ ସପ୍ତାହ ନପୂରୁଣ ଦଳର ଆଉ ୨ ଜଣ ପୁରୁଖା ନେତା ବିଦା ହୋଇଛନ୍ତି । ଅନୁଗୁଳ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ ଓ ଛେଣ୍ଡିପଦା ବ୍ଲକ୍ର ପୂର୍ବତନ ସଭାପତି ଅଜିତ୍ କୁମାର ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ସଭାପତି ବିପ୍ଳବ ଜେନା ପ୍ରେସ୍ ବିବୃତି ମାଧରେ ଜଣାଇଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ
- Post published:March 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
