ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ କୁଲେଇ ଗ୍ରାମର ରଞ୍ଜିତା ସାମଲ(୨୫)ଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଶୁକ୍ରବାର ସମଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଶିପୁର ଗ୍ରାମର ରଞ୍ଜିତା ସାମଲ କୁଲେଇ ଗ୍ରାମର ନରେନ୍ଦ୍ର ସାମଲଙ୍କୁ ୨୦୧୮ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ବରପକ୍ଷର ଦାବି ମୁତାବକ ୧ଲକ୍ଷ ୩୦ ହଜାର ଟଙ୍କା ଏବଂ ଏକ ବାଇକ୍ ଦିଆଯାଇଥିଲା। ତେବେ ବିବାହର ୪ ବର୍ଷ ପରେ ଶ୍ୱଶୁର ଏବଂ ସ୍ବାମୀ ନରେନ୍ଦ୍ର ଅଧିକ ଯୌତୁକ ଦାବି କରି ରଞ୍ଜିତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏନେଇ ଭଦ୍ରଲୋକଙ୍କ ମାଧ୍ୟମରେ ବହୁବାର ଘଟଣାର ସମାଧାନ କରାଯାଇଥିଲା । କିନ୍ତୁ ଗତ ୧୩ ତାରିଖ ଦିନ ସ୍ବାମୀ ଘରେ ନଥିବାବେଳେ ଶ୍ବଶୁର ରଞ୍ଜିତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସ୍ବାମୀ ଆସିବାରୁ ରଞ୍ଜିତା ତାଙ୍କୁ ସବୁ କଥା କହିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଜୀବନରେ ମାରି ନଦୀରେ ଫିଙ୍ଗି, ଦେବାକୁ ସ୍ବାମୀ ମଧ୍ୟ ପରେ ଧମକ ଦେଇଥିଲେ। ତେବେ ରଞ୍ଜିତା କୌଶଳ କ୍ରମେ ଶାଶୁଘରୁ ବାପଘରକୁ ପଳାଇ ଆସିଥିଲେ। ଏନେଇ ସେ ଶୁକ୍ରବାର ସ୍ଵାମୀ ଏବଂ ଶୁଶୁରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ
- Post published:August 27, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau


