ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳରେ ଜଣେ ୨୪ ବର୍ଷର ମହିଳାଙ୍କୁ ଗୁରୁବାର ଅପରାହ୍ନରେ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ, ଗୁରୁବାର ଅପରାହ୍ନରେ ମହିଳା ଗାଁ ନିକଟରେ ଥିବା ତାଙ୍କ ଆଖୁ କିଆରୀରେ ପାଣି ମଡ଼ାଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଗାଁର ୨୨/୨୩ ବର୍ଷର ୨ ଜଣ ଯୁବକ ପହଞ୍ଚି ଦୁଷ୍କର୍ମ କରିବାକୁ ତାଙ୍କୁ ଟଣାଓଟରା କରିଥିଲେ। ତେବେ ମହିଳା ତାଙ୍କ ସ୍ବାମୀଙ୍କ ଫୋନ୍ କରିବାରୁ ଏହି ୨ ଯୁବକ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ମହିଳା ଓ ତାଙ୍କ ସ୍ବାମୀ ୨ ଅଭିଯୁକ୍ତ ଯୁବକଙ୍କ ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ। ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୋଲିସ ଥାନା କେସ୍ ନଂ ୨୨/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ମହିଳାଙ୍କୁ ଅସଦାଚରଣ ଅଭିଯୋଗ
- Post published:February 25, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
Tags: Angul