ହୁକ ପକାଇ ଜଙ୍ଗଲୀ ଜୀବଙ୍କୁ ଶିକାର କରିବା ଅଭିଯୋଗ, ଜଣେ ଶିକାରୀ ଗିରଫ

You are currently viewing ହୁକ ପକାଇ ଜଙ୍ଗଲୀ ଜୀବଙ୍କୁ ଶିକାର କରିବା ଅଭିଯୋଗ, ଜଣେ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ବନ ବିଭାଗ ଏବଂ ଶକ୍ତି ବିଭାଗକୁ ସଫଳତା। ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ଉଭୟ ବିଭାଗ ମିଳିତ ଚଢ଼ାଉ କରି ପୁରୁଣାଗଡ଼ ନିକଟସ୍ଥ କଳାପଟା ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ହେଲେ ପୁରୁଣାଗଡ଼ ଗ୍ରାମର ଡମ ସାହିର ନରେଶ ନାୟକଙ୍କ ପୁଅ କିସାନ ନାୟକ।

କିସାନ ଜଙ୍ଗଲର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୁକ ପକାଇ ଜଙ୍ଗଲୀ ଜୀବଙ୍କୁ ଶିକାର କରୁଥିଲା। ତେବେ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି।

ଶକ୍ତି ବିଭାଗର ଅଧିକାରୀ କହିଛନ୍ତି, ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଆଇନ ହୁକିଂ ବିପଜ୍ଜନକ। ଏହାକୁ ବନ୍ଦ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ସେହିପରି ବନ ବିଭାଗ ଏଭଳି ଶିକାରୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା କହିଛି।

Share

Leave a Reply