ଅନୁଗୁଳ: ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତର ପୁରୁଣାପାଣି ଭୀମକାଣ୍ଡ ଗାଁର ଦାନସର ସାମାଡ଼(୧୧) ସୋମବାର ରାତିରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟାବେଳେ ଦାନସର ପରିସ୍ରା କରିବା ପାଇଁ ଘରୁ ବାହାରକୁ ଉଠିଥିଲେ। ସେତିକିବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡ ଓ ଦେହକୁ ରାମ୍ପୁଡ଼ି ପକାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଦିବାସୀ ସଂପ୍ରଦାୟର ଏହି ବାଳକ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।