ଅନୁଗୁଳ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେ ଅନୁଗୁଳ ବନଖଣ୍ଡର ଜରପଡା ଓ ଅନୁଗୁଳ ବନାଞ୍ଚଳର ବିଭିନ୍ନ ବନ ସୁରକ୍ଷା ସମିତି ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ‘ବସୁଧା’ ଯୋଜନାର ଉପଦେଷ୍ଟା ଦିନେଶ ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା, ସ୍ଥାନୀୟ ଲୋକ ପ୍ରତିନିଧି, ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ପରିଚାଳନା ଏକକର ପ୍ରତିନିଧି, ଅନୁଗୁଳ ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ,
ଏ ଅବସରରେ ଶ୍ରୀ ପଟ୍ଟନାୟକ ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକ୍ରମର ସଫଳତା ସହିତ ସ୍ଥାନୀୟ ଲୋକଙ୍କର ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁ ସେମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚୁଛି କି ନାହିଁ, ଏ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।