ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ

You are currently viewing ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ

ଅନୁଗୁଳ: ତାଳଚେରରୁ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ଦୈତ୍ୟାରୀ ସାହୁ ମୁଖ୍ୟ ଅତିଥି ଭାବରେ, ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ତଥା ସମାଜସେବୀ ସନ୍ତୋଷ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଏବଂ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ମଧ୍ୟ ସମ୍ଭାଗର କୋଷାଧ୍ୟକ୍ଷ ସନ୍ତୋଷ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

​ଏହି ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଏବଂ ‘ଆମ କୁନାକୁନି’ ପତ୍ରିକାର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ଏହି ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଶାରଦୀୟ ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ହିଙ୍ଗୁଳା ପାଠାଗାରର ସଭାପତି ହାଡ଼ିବନ୍ଧୁ ପ୍ରଧାନ ଓ ବରିଷ୍ଠ ସଦସ୍ୟ ପଞ୍ଚାନନ ବେହେରା ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ।

​ପତ୍ରିକାର ସମ୍ପାଦକ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି ଯେ, ଆକର୍ଷଣୀୟ ପ୍ରଚ୍ଛଦ, ମନଲୋଭା ଚିତ୍ର ଏବଂ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଶିଶୁ ସାହିତ୍ୟିକମାନଙ୍କ ଲେଖାରେ ସମୃଦ୍ଧ ଏହି ବିଶେଷାଙ୍କଟି ଶିଶୁ କିଶୋରମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବ।

Share

Leave a Reply