ଅନୁଗୁଳ: ଅନୁଗୁଳ ସର୍କିଟ୍ ହାଉସ୍ ପରିସରରେ ଶନିବାର ‘ଆମ ପ୍ରତିଭା, ଆମ ସ୍ବାଭିମାନ’ ନାମରେ ଏକ ସାମାଜିକ ସଙ୍ଗଠନ ଗଠନ କରାଯାଇଛି। ସାଂସଦ ମହେଶ ସାହୁଙ୍କ ଆବା ହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଟାମଡାର ପୂର୍ବତନ ଶକ୍ତି ପ୍ରସାଦ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଜିଲ୍ଲାରେ ସାମାଜିକ, ରାଜନୈତିକ, କ୍ରୀଡ଼ା ଓ ସାହିତ୍ୟ ତଥା ଧାର୍ମିକ କ୍ଷେତ୍ରରେ ପରିତିଷ୍ଠ ପ୍ରତିଭା ମାନଙ୍କୁ ସମ୍ମାନିତ କରିବାକୁ ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟନ୍ତୀରେ ଜିଲ୍ଲାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି କୁହାଯାଇଛି। ଏଥିସହିତ ସେହିଦିନ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ, ସୀତାରାମ ମୁର୍ମୁ ଓ ସମିତିସଭ୍ୟ ଦୀପକ କୁମାର ମାହୁନ୍ତଙ୍କ ଅମର ଆତ୍ମାର ସଦଗତି ପାଇଁ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନୀଳମଣି ରାଉତ, କିଶୋର କର, ଭକ୍ତି ପ୍ରସାଦ ଦାଶ, ପଣ୍ଡିତ ମହେଶ ସାହୁ, ଆଇନଜୀବୀ ପ୍ରଦୀପ କୁମାର ଦେବତା, ବିମଳ କୁମାର ମିଶ୍ର, ସୁନିଲ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୁର୍ଗାଚରଣ ପ୍ରଧାନ ଧନ୍ୟବାଦ ଦେଇଥିଲେ।
ଗଠିତ ହେଲା ‘ଆମ ପ୍ରତିଭା, ଆମ ସ୍ବାଭିମାନ’ ସଙ୍ଗଠନ
- Post published:September 26, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul