ଅନୁଗୁଳ:ଦୀର୍ଘଦିନ ଧରି ବିବାଦ ରେ ଥିବା ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପକୁ ଶୁକ୍ରବାର ସକାଳେ ଭାଙ୍ଗି ଦିଆଯାଇଛି। ଏହାକୁ ନିର୍ମାଣ କରିଥିବା ଟେଣ୍ଟ ହାଉସ ମାଲିକ ନିଜେ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟକି ଅମଲାପଡ଼ା ଦୁର୍ଗା ପୂଜା ପଡିଆ ପରିସରରେ କମିଟି ପକ୍ଷରୁ ଏକ ସଂସ୍ଥାକୁ ବାହାଘର ନିମନ୍ତେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ଅନୁମତି ଦିଆଯାଇଥିଲା। ଭଡା ପଇସାରେ ଦୁର୍ଗା ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପୂଜା କମିଟିର ଅନ୍ୟ ଏକ ଗୋଷ୍ଠୀ କଲ୍ୟାଣ ମଣ୍ଡପକୁ ସହମତି ବିନା ନିର୍ମାଣ କରାଯାଇଥିବା ବିରୋଧ କରି ଜିଲ୍ଳାପାଳ ନିକଟରେ ଅଭିଯୋଗ କରିଥିଲେ।ଅଭିଯୋଗରେ ସତ୍ୟତା ଥିବା ଉପଲବ୍ଧି କରି ଜିଲ୍ଲାପାଳ କଲ୍ୟାଣ ମଣ୍ଡପକୁ ସିଲ କରିଦେଇଥିଲେ। ଏହାପରେ ସିଲ ବିରୁଦ୍ଧରେ ସମ୍ପୃକ୍ତ ଟେଣ୍ଟ ହାଉସ ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କିନ୍ତୁ ଟେଣ୍ଟ ହାଉସ ପକ୍ଷରୁ ଆବେଦନର ଯଥାର୍ଥତା ନାହିଁ ବୋଲି କୁହାଯିବ ସହ ବେଆଇନ ନିର୍ମାଣକୁ ଭାଙ୍ଗି ଦେବାକୁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ଶୁକ୍ରବାର ଅନୁଗୁଳ ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପକୁ ଭାଙ୍ଗିବା ପାଇଁ ସ୍ଥିର କରାଯାଇଥିଲା ଏହାର ପୂର୍ବଭାସ ପାଇ ନିର୍ମାଣକାରୀ ସଂସ୍ଥା ନିଜେ ମଣ୍ଡପକୁ ଭାଙ୍ଗି ଦେଇଥିଲେ।
ଅମଲାପଡ଼ା କଲ୍ୟାଣ ମଣ୍ଡପ ଭାଙ୍ଗିଲା
- Post published:May 20, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul