ଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

You are currently viewing ଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ଦୁର୍ଗା ମଣ୍ଡପ ଠାରେ ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ବରିଷ୍ଠ ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ ଅରୁଣ କୁମାର ବରାଳ ଗତବର୍ଷ ପୂଜାର ଆୟବ୍ୟୟ ସଂକ୍ରାନ୍ତରେ ଏକ ବିବରଣୀ ଉପସ୍ଥାପନ କରିଥିଲେ। ଗତ ୨୭ ବର୍ଷ ଧରି ହୋଇ ଆସୁଥିବା ପୂଜାକୁ ଏଥର ପୂଜା, ସାଜସଜ୍ଜା, ତୋରଣ, ଭସାଣି ଓ ପ୍ରସାଦ ସେବା ସହ ଆଡ଼ମ୍ବର ସହକାରେ ପାଳନ କରିବାକୁ ସଦସ୍ୟ ମାନେ ମତାମତ ଦେଇଥିଲେ।

ଏଥର ନୂଆ ମୁଖ୍ୟ ଉପଦେଷ୍ଟା ଭାବେ ଅକ୍ଷୟ ସାମନ୍ତ, ଉପଦେଷ୍ଟା ଭାବେ ଶଙ୍କର ସେଠୀ, ସତ୍ୟ ସାଗର ସେନ୍, ଜୟନ୍ତ କୁମାର କର, ସଭାପତି ଭାବେ ସାକ୍ରଜିତ୍ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଅରୁଣ କୁମାର ବରାଳ, କୋଷାଧ୍ୟକ୍ଷ ଭାବେ ଅସିତ ବେହେରା, ଉପସଭାପତି ଭାବେ ନିରଞ୍ଜନ ସାହୁ, ଅଳକା ରାଣୀ ମହାପାତ୍ର, ସହ ସମ୍ପାଦକ ଭାବେ ପ୍ରଭାତ ଦାଶ, ବିଜେନ୍ଦ୍ର ବଳିଆର, ସହ କୋଷାଧ୍ୟକ୍ଷ ଭାବେ ମନ୍ମଥ କୋଳଥା, ଜୁଲୁ ଫିକରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।

Share

Leave a Reply