ସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

You are currently viewing ସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

ଅନୁଗୁଳ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଇତି ମଧ୍ୟରେ କଟକର କାରିଗର ମୂର୍ତ୍ତି ନିର୍ମାଣ ଶେଷ କରିଛନ୍ତି। କେବଳ ଚକ୍ଷୁଦାନ ବାକି ରହିଛି। ତୋରଣ,ମେଢ଼ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର କରିବାପାଇଁ କମିଟି ପକ୍ଷରୁ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖ ଦିନ ଷଷ୍ଠୀ ପୂଜା,୨୮ ତାରିଖ ଦିନ ସପ୍ତମୀ ଅବସରରେ ଦେବୀଙ୍କ ଷୋଡଶ ଉପଚାର ପୂଜା,ନାମ ସଙ୍କୀର୍ତ୍ତନ,୨୯ ତାରିଖ ଦିନ ଅଷ୍ଟମୀ ସନ୍ଧି ପୂଜା,ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କରାଟେ ଖେଳ ପ୍ରଦର୍ଶନ,୩୦ ତାରିଖ ଦିନ ନବ କୁମାରୀ ପୂଜା,ରକ୍ତଦାନ ଶିବିର ଓ ସନ୍ଧ୍ୟାରେ ସାମୁହିକ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯିବ। ୩୧ ତାରିଖ ଦଶହରା ଦିନ ପୂର୍ଣ୍ଣାହୁତି ଓ ସଂଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ଏହାଛଡା ଦୁର୍ଗା ପୂଜା ଅବସରରେ ଫୁଡ୍ କୋର୍ଟ, ଫଟୋ ପ୍ରଦର୍ଶନୀ,ମା ବାସନ୍ତୀ ପ୍ରତିଭା ସମ୍ମାନ ପ୍ରଦାନ,ବୃକ୍ଷ ଦାନ ଓ ସମୃଦ୍ଧ ଅନୁଗୁଳ ଗଠନ ଦିଗରେ ଜନସାଧାରଣ ଙ୍କ ମତାମତ ସଂଗ୍ରହ ଆଦି କାର୍ଯ୍ୟକ୍ରମ ରହିଛି। ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ଉପଭୋଗ କରିବା ପାଇଁ ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅନୁପ ମହାନ୍ତି ଓ
ଉପଦେଷ୍ଟା ଆଡଭୋକେଟ୍ ପ୍ରଦୀପ ଦେବତା ନିବେଦନ କରିଛନ୍ତି ।

Share

Leave a Reply