ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଲକ୍ଷ୍ମୀପୂଜା ଧୁମ୍ ଧାମରେ ଚାଲିଛି। ଗତ ୨୬ ବର୍ଷ ଧରି ଜୟ ଦୁର୍ଗା ମାର୍କେଟ ଓ ପାଖ ଅନ୍ୟାନ୍ୟ ମାର୍କେଟର ବ୍ୟବସାୟୀ ମାନେ ମିଶି ପୂଜା କରି ଆସୁଛନ୍ତି। ସୁନ୍ଦର୍ ପ୍ରତିମୂର୍ତ୍ତି ଆକର୍ଷଣୀୟ ତୋରଣ ସାଂଗକୁ ବିଜୁଳି ଆଲୁଅରେ ଝଲସୁଛି ଏହି ବଜାର। ସବୁ ମଣ୍ଡପ ଭଳି ଏଠି ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସନ୍ଧ୍ୟା ଭୋଗ ଆୟୋଜିତ ହେଉଛି। ଶଙ୍କର ଜିତ୍ ପଣ୍ଡା ସଭାପତି ଓ ଅରୁଣ ବରାଳ ସମ୍ପାଦକ ଥିବା ବେଳେ ଉପଦେଷ୍ଟା ଶଙ୍କର ସେଠୀଙ୍କ ନିର୍ଦ୍ଦେଶରେ ଏଠି ସବୁ କାମ ହୁଏ। ହେଲେ ଅମଲାପଡ଼ା ଦୁର୍ଗା ମଣ୍ଡପରେ ଲକ୍ଷ୍ମୀ ପୂଜା ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଛି। ପୂର୍ବରୁ ଛୋଟ ଆକାରରେ ପୂଜା କରାଯାଇ
ଆସୁଥିବା ବେଳେ ଚଳିତ ବର୍ଷ ମୁଖ୍ୟ ସଂଯୋଜକ ଅକ୍ଷୟ ସାମନ୍ତ ଙ୍କ ପରାମର୍ଶ କ୍ରମେ ଏଠି ବଡ଼ ଆକାରର ମୂର୍ତ୍ତି ସହ ମା ଙ୍କ ଭବ୍ୟ ପୂଜାର୍ଚ୍ଚନା କରାଯାଉଛି। ଉଭୟ କମିଟି ମଧ୍ୟରେ ଟକ୍କର ଉପରେ ପୂଜା ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ଅକ୍ଷୟ ସାମନ୍ତଙ୍କ କମିଟି
ପାଦେ ଆଗରେ ରହିଛି। ଏଠାରେ ଅଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି।ଯାହା ହେଉ ଆଗାମୀ ଦିନରେ ଏହି ଦୁଇ କମିଟି ପକ୍ଷରୁ ଜୋରଦାର ପୂଜା ଆୟୋଜନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସାହି ଗୋଟେ ଲକ୍ଷ୍ମୀ ପୂଜା ଦିଟା:ମାହୋଲ୍ ଜମୁଛି
