ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ୧୩ରୁ କମ ଓ ୭୦ରୁ ଅଧ‌ିକ ବୟସ୍କଙ୍କ ସହ ଗର୍ଭବତୀଙ୍କୁ ମିଳିବନି ଅନୁମତି

You are currently viewing ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ୧୩ରୁ କମ ଓ ୭୦ରୁ ଅଧ‌ିକ ବୟସ୍କଙ୍କ ସହ ଗର୍ଭବତୀଙ୍କୁ ମିଳିବନି ଅନୁମତି

ଅନୁଗୁଳ: ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି। ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି ।

ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁ ଅଫିସିଆଲ ୱେବସାଇଟ ଜରିଆରେ ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ ଖୁବଶୀଘ୍ର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଶ୍ରୀଇନ ବୋର୍ଡ ତରଫରୁ ଦେଶର ବିଭିନ୍ନ ରାଜ୍ୟର ଡାକ୍ତରଙ୍କ ତାଲିକା ମଧ୍ୟ ଜାରି କରାଯାଇଥାଏ, ଏମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥାଏ । ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।

ଅମରନାଥ ଯାତ୍ରା ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି। ସେପଟେ ବାଲଟାଲ ମାର୍ଗରେ ଗଲେ ଶ୍ରଦ୍ଧାଳୁଙ୍କୁ ମାତ୍ର ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ହେଲେ ଏହି ରାସ୍ତା ଅତି କଠିନ ବୋଲି ଶ୍ରଦ୍ଧାଳୁମାନେ ଯିବାକୁ ରାଜି ହୋଇନଥାନ୍ତି। ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା ।

Share

Leave a Reply