ସରକାରୀ ଯୋଜନା କାହା ପାଇଁ? ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଗର୍ଭବତୀଙ୍କୁ ବୋହି ପୂର୍ଣ୍ଣଗର୍ଭା ନଦୀ ପାର କଲେ ପରିବାର ଲୋକ

You are currently viewing ସରକାରୀ ଯୋଜନା କାହା ପାଇଁ? ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଗର୍ଭବତୀଙ୍କୁ ବୋହି ପୂର୍ଣ୍ଣଗର୍ଭା ନଦୀ ପାର କଲେ ପରିବାର ଲୋକ

ଅନୁଗୁଳ: ସାଧାରଣଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା। କିନ୍ତୁ ଦରକାର ବେଳେ ଗୋଟେ ବି ସୁବିଧା ପାଉନାହାନ୍ତି ଜନତା। ଯାହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଥର ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ପୁଣି ଆସନ୍ନ ପ୍ରସବା ନିକଟରେ ପହଞ୍ଚିପାରିନି ଆମ୍ବୁଲାନ୍ସ। ଫଳରେ କାନ୍ଧରେ ବୁହାହୋଇଛନ୍ତି ଗର୍ଭବତୀ, ଯାହା ଆମ ବ୍ୟବସ୍ଥାକୁ ଲଜ୍ଜିତ କରିଛି।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧୀନ ଭାଲିଆସର ଗ୍ରାମରେ ପହଞ୍ଚିବା ପାଇଁ ନିତିଦିନିଆ ରାସ୍ତା ନାହିଁ।

ସାମାନ୍ୟ ବର୍ଷାରେ ଲୋକେ କାଦୁଅ ପଚପଚ ବିପଦ ସଙ୍କୁଳ ରାସ୍ତାରେ ଯିବାଆସିବା କରନ୍ତି। ଗ୍ରାମର ରାଜେନ୍ଦ୍ରଙ୍କ ପତ୍ନୀ ମାମି ପ୍ରଧାନଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ମାମିଙ୍କୁ ଖଟିଆରେ ବସାଇ କାନ୍ଧରେ ବୋହି ବିପଦପୂର୍ଣ୍ଣ ଭାବେ ଉଚ୍ଛୁଳା ନ‌ଦୀ ପାର କରି ଆରପାଖରେ ପହଞ୍ଚିଥିଲେ। ସେଠାରୁ ଏକ ବୋଲେରୋରେ ନେଇ ବାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିବା ସହ ଗାଁକୁ ରାସ୍ତା କରିବାକୁ ଦାବି ଜୋର ଧରିଛି।

Share

Leave a Reply