ଅନୁଗୁଳ : ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହେମସୁରପଡ଼ାରେ ଜଣେ ମହିଳାଙ୍କ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁୁୁତାବକ,ହେମସୁରପଡ଼ାର ଶିବ ନାରାୟଣ ନାୟକଙ୍କ ପତ୍ନୀ ହରପ୍ରିୟା ନାୟକ(୩୫) ବୁଧବାର ସକାଳେ ଠାକୁର ପୂଜା କରୁଥିଲେ। ଏହି ସମୟରେ କେହି ତାଙ୍କ ଉପରକୁ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ହରପ୍ରିୟା ଚିତ୍କାର କରି ବାହାରକୁ ପଳାଇ ଆସିଥିଲେ। ହରପ୍ରିୟା ଜଳି ଯାଉଥିବା ଦେଖି ତାଙ୍କୁ ଦିଅର ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ଶତକଡ଼ା ୬୦ ଭାଗରୁ ଊର୍ଦ୍ଧ୍ବ ଅଂଶ ପୋଡ଼ି ହୋଇଯାଇଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!
- Post published:July 28, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
