ବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ

You are currently viewing ବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ

 

ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଥିବା ଏକ ଶୁଖିଲା ଆମ୍ବ ଗଛ ବିପଦକୁ ଆମନ୍ତ୍ରଣ କରୁଛି। ଏହି ଗଛ କେତେବେଳେ ଖସି ପଡ଼ିବ ତାହା କହିବା ଅସମ୍ଭବ। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ କାହାର ଏଥିପ୍ରତି ନିଘା ନାହିଁ।

ସ୍ଥାନୀୟ ଅମଲାପଡା ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ। ରାସ୍ତା କଡ଼ରେ ଲୋକମାନେ ଗାଡ଼ି ମଧ୍ୟ ପାର୍କିଙ୍ଗ କରିଥାନ୍ତି। ଏଣୁ ଯଦି ଏହି ଗଛ ଭାଙ୍ଗେ, ତେବେ ଲୋକଙ୍କ ଉପରେ ପଡ଼ିବା ଥୟ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଗଛଟିକୁ କାଟି ବାହାର କରିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share

Leave a Reply