୭୭ ତମ ସ୍ୱାଧୀନତା ଦିବସ: ଜାଣନ୍ତୁ, ଜାତୀୟ ସଂଗୀତ ଓ ଜାତୀୟ ପତାକାର ଇତିହାସ

0

ଚଳିତବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳୁଛି ଦେଶ। ଦୀର୍ଘ ଦୁଇ ଶହ ବର୍ଷର ଶାସନ ପରେ ଇଂରେଜଙ୍କ କବଳରୁ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇ ଭାରତ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପାଇଥିଲା। ଏହି ଦିନ ସାରା ଭାରତ ବର୍ଷରେ ଲୋକମାନେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଉତ୍ସବ ମନାଇଥାନ୍ତି। ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ। ତେବେ ଏହି ଦିନ ଦେଶର ରାଜଧାନୀରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି।

ଜାତୀୟ ସଙ୍ଗୀତ:

ପତାକା ଉତ୍ତୋଳନ ସମୟରେ ଭାରତୀୟମାନେ ଜାତୀୟ ସଙ୍ଗୀତ ଗାନ କରି ଦେଶକୁ ସମ୍ମାନ ଜଣାଇଥାନ୍ତି। କିନ୍ତୁ ଆଜିର ସମୟରେ ଯେଉଁ ଜାତୀୟ ସଙ୍ଗୀତ ଗାନ କରାଯାଉଛି, ତାହା ଦେଶ ସ୍ୱାଧୀନ ହେଲା ବେଳେ ନଥିଲା। ଜାତୀୟ ସଙ୍ଗୀତର ଲେଖକ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହାକୁ ୧୯୧୧ ମସିହାରେ ବଙ୍ଗଳା ଭାଷାରେ ଲେଖିଥିଲେ। କିନ୍ତୁ ଦେଶ ସ୍ୱାଧୀନ ହେବା ସମୟରେ ଏହାକୁ ଜାତୀୟ ମାନ୍ୟତା ଦିଆଯାଇନଥିଲା। ପରେ ପଣ୍ଡିତ ଜବାଦାରଲାଲ ନେହରୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲିଖିତ ସଙ୍ଗୀତ ‘ଜନ ଗଣ ମନ..’କୁ ୧୯୫୦ରେ ଜାତୀୟ ସଙ୍ଗୀତର ମାନ୍ୟତା ଦେଇଥିଲେ। ଏହାପର ଠାରୁ ଆମ ଜାତୀୟ ସଙ୍ଗୀତ ଭାବରେ ‘ଜନ ଗଣ ମନ…’ ପରିଚିତ ହୋଇଥିଲା।

ଜାତୀୟ ପତାକା:

ବିଶ୍ୱର ସବୁ ଦେଶର ନିଜସ୍ୱ ରାଷ୍ଟ୍ରୀୟ ପତାକା ରହିଛି। ଅନ୍ୟ ମୁକ୍ତ ଦେଶ ଭଳି ଭାରତର ଜାତୀୟ ପତାକା ମଧ୍ୟ ଭାରତର ସ୍ୱାଧୀନତାକୁ ବୁଝାଇଥାଏ। ଏହି ପତାକାର ନାମ ହେଉଛି ତ୍ରିରଙ୍ଗା, କାରଣ ଏଥିରେ ତିନୋଟି ରଙ୍ଗ ରହିଛି। ନାରଙ୍ଗୀ, ଧଳା, ସବୁଜ ରଙ୍ଗ; ଯାହା ଦେଶର ପ୍ରତୀକ ହୋଇଥାଏ।
କମଳା ରଙ୍ଗ: ତ୍ରିରଙ୍ଗାର ଉପରି ଭାଗରେ କମଳା ରଙ୍ଗ ଥାଏ, ଯାହା ଦେଶରେ ଶକ୍ତି ଏବଂ ସାହସକୁ ବୁଝାଇଥାଏ।
ଧଳା ରଙ୍ଗ: ତ୍ରିରଙ୍ଗାର ମଧ୍ୟମ ଭାଗରେ ଧଳା ରଙ୍ଗ ଥାଏ, ଯାହା ଶାନ୍ତି ଓ ସତ୍ୟତାକୁ ବୁଝାଇଥାଏ।

ସବୁଜ ରଙ୍ଗ: ତ୍ରିରଙ୍ଗାର ତଳ ଭାଗରେ ସବୁଜ ରଙ୍ଗ ଥାଏ, ଯାହା ଜମିର ଉର୍ବରତା, ବୃଦ୍ଧି ଓ ଅନୁକୂଳ ପରିବେଶକୁ ବୁଝାଇଥାଏ।
ଚକ୍ର: ତ୍ରିରଙ୍ଗାର ମଝି ଭାଗରେ ଧଳା ରଙ୍ଗ ଉପରେ ଚକ୍ର ଥାଏ। ଏହା ୩ୟ ଶତାବ୍ଦୀର ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ‘ଆଇନର ଚକ’ର ଚିହ୍ନ। ଏହାକୁ ଅଶୋକ ଚକ୍ର ମଧ୍ୟ କୁହାଯାଏ। ଏହି ଚକ୍ର ଗୁଣ, ପ୍ରଗତି ଓ ନିରନ୍ତରତାକୁ ସୂଚାଏ।

Leave A Reply

Your email address will not be published.

error: Content is protected !!