ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

0

ପାଳଲହଡ଼ା: ବିଭିନ୍ନ ପ୍ରକାର ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାୟକ ମୁକେଶ ପାଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଶତାଧିକ ଯୁବମୋର୍ଚ୍ଚା କର୍ମୀ ବିଧାୟକଙ୍କ ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ନାରାବାଜି ଦେବା ସହ କୁଶ ପୁତ୍ତଳିକା ଦାହ କରିଥିଲେ।

ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଳି ଗ୍ରାମର ହେମନ୍ତ ଧୀରଙ୍କ ସହିତ ବିଧାୟକଙ୍କ ସମ୍ପର୍କ ଏବେ ଚର୍ଚ୍ଚାରେ ଥିବା ବେଳେ ସେହି ନିଆଁରେ ଘିଅ ଢାଳିଛି ବିଜେପି। ଭୁବନେଶ୍ୱରର ଏକ ଠିକା ସଂସ୍ଥାର ୮ କୋଟି ଟଙ୍କା ଚୋରି କରିଥିବା ସନ୍ଦେହରେ ହେମନ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ହେମନ୍ତଙ୍କ ଦୁଇ ସହଯୋଗୀ ଫେରାର ଥିଲେ ମଧ୍ୟ ବିଧାୟକ ମୁକେଶ ପାଲଙ୍କ ସହ ତାଙ୍କ ସମ୍ପର୍କ ଥିବାରୁ ବିଜେପି ତାଙ୍କୁ ଟାର୍ଗେଟ କରିଛି।

ତେବେ ଏକକାଳୀନ ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଜମା ରଖାଯାଇଥିଲା, ଏ ଟଙ୍କା ସବୁ କାହାର ବୋଲି ପ୍ରଶ୍ନ କରିଛି ବିଜେପି। ବିଧାୟକ ଏ କଥା ସ୍ପଷ୍ଟ କରନ୍ତୁ ନଚେତ୍ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଯୁବମୋର୍ଚ୍ଚା ଦାବି କରି ତାଙ୍କ କୁଶ ପୁତ୍ତଳିକା ଦାହ କରିଛି।

Leave A Reply

Your email address will not be published.

error: Content is protected !!