ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କ ନାମରେ ୧୧ ଗୋଟି ୱାର୍ଡ ମଧ୍ୟରୁ ନାଏବ ସରପଞ୍ଚଙ୍କୁ ମିଶାଇ ପାଞ୍ଚଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ବୁଧବାର ସକାଳେ ବନ୍ତଳା ପଞ୍ଚାୟତ କାର୍ଯ୍ୟାଳୟଠାରେ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିନ ଗୋଟାଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା।
ହେଲେ ଭୋଟ ଦେବାକୁ କୌଣସି ୱାର୍ଡମେମ୍ବର କି ନାଏବ ସରପଞ୍ଚ ସେଠାରେ ପହିଞ୍ଚିନଥିଲେ ଯାହା ଫଳରେ ସରପଞ୍ଚ ଗୀତାଞ୍ଜଳି ପୁଣି ନିର୍ଦ୍ବନ୍ଦ୍ୱରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଏହି ଖୁସିରେ ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କୁ ନିଜ ସମର୍ଥକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ବାଣ ଫୁଟାଇ ଖୁସି ମନାଇ ଥିଲେ।


