ବାଇକରୁ ଖସି ପଡ଼ି ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ

You are currently viewing ବାଇକରୁ ଖସି ପଡ଼ି ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଯଦୁନାଥ ପୁର ଛକ ଠାରେ ବାଇକରୁ ଖସି ପଡ଼ିବାରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ଅଙ୍ଗନୱାଡ଼ି କର୍ମୀ ହେଉଛନ୍ତି ସମଲ ବ୍ୟାରେଜ ନିବାସୀ ଅନଙ୍ଗ ମଞ୍ଜରୀ ସିହ୍ନା। ସେ ଅଫିସ କାର୍ଯ୍ୟରେ ହରିହରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଯାଉଥିବା ସମୟରେ ଯଦୁନାଥପୁର ଛକ ଠାରେ ବାଇକରୁ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ପଛ ପାଖରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଗୋଡିବନ୍ଧ ଚିକିତ୍ସାଳୟକୁ ଆଣିଥିଲେ। ସେଠାରୁ ତାଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏନଟିପିସି ଛକ ଠାରୁ ଶିବରାମପୁର ଛକ ଦେଇ ଗୋଡ଼ିବନ୍ଧ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

Share

Leave a Reply