ଅନୁଗୁଳ : ବିଭିନ୍ନ ଦାବି ନେଇ ଆଜିଠୁ ପ୍ରତିବାଦ ଆରମ୍ଭ କରିଛନ୍ତି ଅନୁଗୁଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମୁଖ୍ୟତଃ GPS ବନ୍ଦ କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରୋଗୀ ସେବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।
ସେମାନଙ୍କ ଦାବିଗୁଡ଼ିକ ହେଉଛି, ପୂର୍ବରୁ କାର୍ଯ୍ୟ କରୁଥିବା ୯୬ ଜଣ ଇଏମଟିଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ୧୨ ଘଣ୍ଟା ପରିଶ୍ରମ କରୁଥିବା EMTଙ୍କୁ ୧୨ ଘଣ୍ଟାର ପ୍ରାପ୍ୟ ପ୍ରଦାନ, ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ ଧୋଇବା/ ସାନିଟାଇଜ୍ କରିବା ସହ ବିଶ୍ରାମ ଓ ଖାଇବା ପାଇଁ ସୁବିଧାର ବ୍ୟବସ୍ଥା, କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଉଚିତ ଅନୁକମ୍ପା ରାଶି ସହ ଅକର୍ମଣ୍ୟ ହେଲେ ଆର୍ଥିକ ସହାୟତା ପ୍ରଦାନ ଆଦି ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଜିପିଏସ ବନ୍ଦ କରି ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।