ଭଡ଼ା ଘରୁ ବିଧବା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

You are currently viewing ଭଡ଼ା ଘରୁ ବିଧବା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ୬ଷ୍ଠ ଲାଇନର ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ମୃତକ ଜଣକ ହେଲେ ଠାକୁରଗଡ଼ ଥାନା ସତ୍ୟବାଦୀପୁର ଗ୍ରାମର ପ୍ରସନ୍ନ ସାହୁଙ୍କ ଝିଅ ସ୍ୱର୍ଣ୍ଣଲକ୍ଷ୍ମୀ ସାହୁ (୩୦)।

ସୂଚନା ମୁତାବକ, ସତ୍ୟବାଦୀପୁରର ପ୍ରସନ୍ନ ସାହୁଙ୍କ ଝିଅ ସ୍ୱର୍ଣ୍ଣଲକ୍ଷ୍ମୀ ସାହୁ କିଛି ବର୍ଷ ପୂର୍ବେ ତାଳଚେର ଡଅଁରା ଗ୍ରାମରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ବର୍ଣ୍ଣଲକ୍ଷ୍ମୀଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସ୍ୱର୍ଣ୍ଣଲକ୍ଷ୍ମୀ ଅନୁଗୁଳ ଟାଉନକୁ ଆସି ଅମଲାପଡ଼ା ୬ଷ୍ଠ ଲାଇନ ଅଞ୍ଚଳରେ ଭଡ଼ା ଘରେ ରହି ନିକଟସ୍ଥ ଏକ ବିଉଟି ପାର୍ଲରେ କାର୍ଯ୍ୟ କରୁଥିଲେ। କିନ୍ତୁ ଗତ କାଲି ବିଳମ୍ବିତ ରାତିରେ ୧୧୨କୁ ଫୋନ୍ ଆସିଲା ଯେ ସ୍ଵର୍ଣ୍ଣଲକ୍ଷ୍ମୀଙ୍କ ବେକରେ କପଡ଼ା ଲଗାଇ ଝୁଲିପଡ଼ିଛନ୍ତି। ଅନୁଗୁଳ ଟାଉନ୍ ପୋଲିସ ପହଞ୍ଚି ସ୍ୱର୍ଣ୍ଣଲକ୍ଷ୍ମୀଙ୍କ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply