ଅନୁଗୁଳ: ଅନୁଗୁଳ ଜିଲ୍ଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଯେତେ ଲେଖିଲେ ବି ତାହା କମ ହେଉଛି। ବୁଧବାର ଅପରାହ୍ନ ପାଞ୍ଚଟା ସମୟରେ ଜଣେ ରୋଗୀ ଭଙ୍ଗା ହୁଇଲ ଚେୟାରରେ କାଜୁଆଲିଟିରୁ ଆଇପିଡି ୱାର୍ଡ ଯାଉଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସହ କୌଣସି ଆଟେଣ୍ଡାଣ୍ଟ ନଥିଲେ। ହୁଇଲ ଚେୟାରର ଡାହାଣ ପଟ ରିମଟି ବଙ୍କା ଥିବାରୁ ତାହା ଠିକ ଚାଲୁ ନଥିଲା। ରୋଗୀଙ୍କ ଦୁଇଜଣ ସମ୍ପର୍କୀୟ ଚେୟାରକୁ ପଛୁଆ ଘୋଷାରି ଘୋଷାରି ନେଉଥିଲେ। ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ବିଭଗର ଲକ୍ଷ ଲକ୍ଷ ଟଙ୍କା ଅଛି। ଵିଜ୍ଞାପନ ଫଳକ ଅଜସ୍ର ପଇସା ସରୁଛି। ବଦାନ୍ୟ ସଂସ୍ଥା ହୁଇଲ ଚେୟାର ଦାନ ବି କରୁଛନ୍ତି। ତା ସତ୍ୱେ ମେଡିକାଲର ଏଭଳି ବିକଳ ଅବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସିଡିଏମଓ ଏହାର ତଦନ୍ତ କରିବାକୁ ଦାବି ହେଉଛି।
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଭଙ୍ଗା ହୁଇଲ ଚେୟାର ରେ ରୋଗୀ ଯାଉଛନ୍ତି
- Post published:February 5, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ






