ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟି ବୈଠକ: ଶକ୍ରାଜିତ୍ ସଭାପତି, ନିରଞ୍ଜନ ସମ୍ପାଦକ

You are currently viewing ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟି ବୈଠକ: ଶକ୍ରାଜିତ୍ ସଭାପତି, ନିରଞ୍ଜନ ସମ୍ପାଦକ

ଅନୁଗୁଳ: ସ୍ଥାନୀୟ ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟିର ସାଧାରଣ ସଭା ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅମଲାପଡା ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆୟବ୍ୟୟର ହିସାବ ସାଙ୍ଗକୁ ୨୦୨୫ ମସିହା ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଶକ୍ରାଜିତ୍ ପଣ୍ତା ସମ୍ପାଦକ ଭାବେ ନିରଞ୍ଜନ ସାହୁ ଓ କୋଷାଧକ୍ଷ ଭାବେ ଅସିତ କୁମାର ବେହେରା ସର୍ବ ସମ୍ମତି କ୍ରମେ ଚୟନ ହୋଇଥିବା ବେଳେ ଉପ ସଭାପତି ଭାବେ ଅଳକାରାଣୀ ମହାପାତ୍ର ଓ ଭୀମସେନ ସେଠି,ସହ ସମ୍ପାଦକ ଭାବେ ପ୍ରଭାତ କୁମାର ଦାସ ଓବିଜେନ୍ଦ୍ର ବଳିୟାର ଚୟନ ହୋଇଛନ୍ତି। ସେହିପରି ସହ କୋଷାଧକ୍ଷ ଭାବେ ଜୁଲୁ ଫିତର ଅଲ୍ଲୀ ଓ ଅଜୟ ସାହୁ, ଉପଦେଷ୍ଟା ଭାବେ ଶଙ୍କର ସେଠି, ଜୟନ୍ତ କୁମାର କର, ମୋହନ ସାମନ୍ତ, ସତ୍ୟ ସାଗର ସିହ୍ନା ଚୟନ ହୋଇଛନ୍ତି।

ଚଳିତବର୍ଷ ପୂଜା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

Share

Leave a Reply