ରାଜନୈତିକ ଆକ୍ରୋଶ: ଗାଁ ଛକରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭଯୋଗ

You are currently viewing ରାଜନୈତିକ ଆକ୍ରୋଶ: ଗାଁ ଛକରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭଯୋଗ

ଅନୁଗୁଳ: ରାଜନୈତିକ ଆକ୍ରୋଶର ଶିକାର ହୋଇ ନିଜ ସମର୍ଥକଙ୍କଠାରୁ ନିସ୍ତୁକ ମାଡ଼ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ସରପଞ୍ଚ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ସରପଞ୍ଚଙ୍କୁ ତାଙ୍କର କିଛି ସମର୍ଥକ ଗାଁ ଛକକୁ ଡକାଇଥିଲେ। ସରପଞ୍ଚ ଆସି ପହଞ୍ଚିବା ପରେ ଅପରପକ୍ଷରୁ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଏ ନେଇ ସରପଞ୍ଚ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗରେ ଦର୍ଶାଇଛନ୍ତି, ମୋତେ ମିଥ୍ୟା ବିଲରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ମୁଁ ରାଜି ନ ହେବାରୁ ମୋତେ ନିସ୍ତୁକ ମାଡ ମାରିଥିଲେ। ତେବେ ନିଜ ସମର୍ଥକ ମାନେ କିଛି କାମ କରି ନଥିବା ବେଳେ ମିଥ୍ୟା ବିଲରେ ଦସ୍ତଖତ କରିବାକୁ କାହିଁକି ବାଧ୍ୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଥାଉକି,ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ସରପଞ୍ଚ, ହେଲେ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ନେଇ କଳହର ସୂତ୍ରପାତ ହୋଇଥିଲା। ପୂର୍ବରୁ ଏ ନେଇ ୨ ଥର ଗଣ୍ଡଗୋଳ ହୋଇଥିଲେ ମଧ୍ୟ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ଏଥରକ ସରପଞ୍ଚଙ୍କୁ ମାଡ଼ ହୋଇଥିବା ଜଣାଯାଇଛି।

Share

Leave a Reply