ଜଳୁଛି ଅନୁଗୁଳ ବନଖଣ୍ଡ: ୩ ଦିନ ହେଲାଣି ଲିଭୁନି ହିଂଶ୍ରୀଡ଼ା ଜଙ୍ଗଲରେ ନିଆଁ

You are currently viewing ଜଳୁଛି ଅନୁଗୁଳ ବନଖଣ୍ଡ: ୩ ଦିନ ହେଲାଣି ଲିଭୁନି ହିଂଶ୍ରୀଡ଼ା ଜଙ୍ଗଲରେ ନିଆଁ

ଅନୁଗୁଳ : ଏ ବର୍ଷ ଖରା ସହ ଜଙ୍ଗଲ ନିଆଁ ବି ଚିନ୍ତା ବଢ଼ାଇଛି। ଅନୁଗୁଳରେ ବ୍ୟାପିବାରେ ଲାଗିଛି ଜଙ୍ଗଲ ନିଆଁ। ହୁ ହୁ ହୋଇ ଜଳୁଛି ଅନୁଗୁଳ ବନଖଣ୍ଡର ବିଭିନ୍ନ ଜଙ୍ଗଲ। ଅଗ୍ନିକାଣ୍ଡ ଯୋଗୁଁ ଭୟରେ ଜଙ୍ଗଲୀ ଜନ୍ତୁ ଓ ଜଙ୍ଗଲ ପାଖ ଗାଁ ଲୋକେ। ନିଆଁ ଲାଗି ଅନେକ ଔଷଧୀୟ ବୃକ୍ଷ ଜଳି ପୋଡ଼ି ଛାର ଖାର ହେଇଯାଉଛି। ବର୍ତ୍ତମାନ ଅନୁଗୁଳରେ ୪୪ ଡିଗ୍ରୀରୁ ଅଧିକ ତାପମାତ୍ରା ହୋଇଥିବା ବେଳେ ଜଙ୍ଗଲ ନିଆଁ ଆହୁରି ଅସ୍ତବ୍ୟସ୍ତ କରି ପକାଉଛି।

ଜଙ୍ଗଲ ନିଆଁ ଏତେ ମାତ୍ରାରେ ବ୍ୟାପୁଛି ଯେ ବନ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଆଁକୁ ଆୟତ୍ତ କରି ପାରୁ ନାହାନ୍ତି। ଅନୁଗୁଳ ବନାଞ୍ଚଳ ହିଂଶ୍ରୀଡା ଜଙ୍ଗଲରେ ଗତ ୩ଦିନ ହେଲା ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି । ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇ ଯାଉଛି । ସରୀସୃପ ଓ କୀଟ ପତଙ୍ଗ ନିଆଁର ଶିକାର ହେଉଛନ୍ତି । ଜଙ୍ଗଲଟି ଗାଁକୁ ଲାଗି ରହିଥିବାରୁ ନିଆଁ ବ୍ୟାପିବା ଭୟରେ ଲୋକେ ଶୋଇ ପାରୁ ନାହାନ୍ତି। ତେବେ ଏହି ଜଙ୍ଗଲକୁ ଲାଗି ରହିଛି ସାତକୋଶିଆ ଅଭୟାରଣ୍ୟ। ଯଦି ଏହି ନିଆଁ ଅଭୟାରଣ୍ୟକୁ ବ୍ୟାପିଯିବ ତେବେ ଲିଭାଇବା କାଠିକର ପାଠ ହୋଇପଡ଼ିବ। ଏଣୁ ପ୍ରଶାସନ ଅଧିକ ଗୁରୁତ୍ବର ସହ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Share

Leave a Reply