ତାଳଚେରରେ ଯୁବତୀ ଅସୁରକ୍ଷିତ: ଅଭିଯୁକ୍ତକୁ କଠୋର ଦଣ୍ଡ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

You are currently viewing ତାଳଚେରରେ ଯୁବତୀ ଅସୁରକ୍ଷିତ: ଅଭିଯୁକ୍ତକୁ କଠୋର ଦଣ୍ଡ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଅନୁଗୁଳ: ତାଳଚେରର ଯୁବତୀଙ୍କୁ ଅପହରଣ, ଦୁଷ୍କର୍ମ ଓ ବୀଭତ୍ସ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବିରେ ଅନୁଗୁଳ ଜିଲ୍ଲା କଣିହାଁରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ସୋମବାର କଣିହାଁ ଓ ଏନ୍‌ଟିପିସି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ କରାଯାଇଛି। ଅଖିଳ ଭାରତୀୟ ପରିଷଦର ରାଜ୍ୟ ସଭାପତି ଏଲ.ମାଣିକ୍ୟପ୍ରଭାଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ବେଳେ କଣିହାଁ ଅଞ୍ଚଳର ସମସ୍ତ କଳକାରଖାନା ଓ ସରକାରୀ ଅଫିସ ବନ୍ଦ କରାଯାଇଛି। କେବଳ ଜରୁରୀକାଳୀନ ସେବା ଖୋଲା ରହିଛି।

ସୋମବାର ସକାଳ ୬ଟାରୁ ଏନ୍‌ଟିପିସି ଓ କଣିହାଁର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ବିଭିନ୍ନ ଛକରେ ପିକେଟିଂ କରାଯାଇଥିଲା। ବି.ଆର ଆମ୍ବେଦକର ସ୍ମୃତି ପରିଷଦ କଣିହାଁ ସଭାପତି ବିପ୍ରବର ନାଏକ, ସମ୍ପାଦକ କୁମୁନ୍ଦବାନ୍ଧବ ନାଏକ, କଣିହାଁ ସୁରକ୍ଷା ମଞ୍ଚ କଣିହାଁ ସଭାପତି ବିକାଶ କୁମାର ପ୍ରଧାନ, ସମ୍ପାଦକ ସତ୍ୟବ୍ରତ ମହାନ୍ତି, ମହିଳା ସାଂସ୍କୃତିକ ସଙ୍ଗଠନ ବ୍ଲକ୍ ସମ୍ପାଦିକା ମୀନତି ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply