ଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

You are currently viewing ଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ବେହେରା (୬୦)।

ସୂଚନା ମୁତାବକ, ଗୁରୁବାର ଭୋର୍‌ରୁ ସୋମନାଥ ଆମ୍ବ ସଂଗ୍ରହ କରିବା ପାଇଁ ଘରପାଖ ତୋଟାକୁ ଯାଇଥିଲେ। କିନ୍ତୁ ସେଠାରେ ପୂର୍ବରୁ ଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ସୋମନାଥଙ୍କୁ ଶୁଣ୍ଢରେ ଧରି ଆମ୍ବ ଗଛରେ ପିଟି ଦେବାରୁ ଘଟଣାସ୍ଥଳରେ ସୋମନାଥଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଣି ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାରୁ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ପୁଲିସ ଓ ବନ ବିଭାଗର ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Share

Leave a Reply