ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

You are currently viewing ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଅନୁଗୁଳ: ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ନାରା ଦେଇ ସୋମବାର ଅନୁଗୁଳର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧିକୁ ମଧ୍ୟ କର୍ମୀମାନେ ବିରୋଧ କରିଥିଲେ।

ଅନୁଗୁଳ ଜିଲ୍ଲା କଂଗ୍ରେସର ସଭାପତି ଅମ୍ବିକା ଭଟ୍ଟଙ୍କ ନେତୃତ୍ବରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ମୁଖ୍ୟ ବଜାର, ରାଜା ଛକ ଦେଇ ଏକ ମଶାଲ ଶୋଭାଯାତ୍ରା ବାହାରି ବ୍ଲକଠାରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା। ସଭାରେ ରାଜ୍ୟରେ ମହିଳାଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ବିରୋଧ କରିବା ସହ ପୀଡିତାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଶୋଭାଯାତ୍ରାରେ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଲଳିତେନ୍ଦୁ ଦାସ ଓ ଅନୀମା ମିଞ୍ଜଙ୍କ ସହ ସର୍ବଶ୍ରୀ ଉମେଶ ସାହୁ, ଜୟନ୍ତ ସାହୁ, ସୁଦୀପ ମିଶ୍ର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଅକ୍ଷୟ ବିଶ୍ବାଳ, ପ୍ରବୋଧ ସ୍ବାଇଁ, ସରୋଜ ପ୍ରଧାନ, ମନ୍ଦର ପ୍ରଧାନ, ହେମନ୍ତ ମହାଳିକ, ସାମିଲ ପ୍ରଧାନ, ଦୁଷ୍ମନ୍ତ ଦେହୁରୀ, ସନତ ପ୍ରଧାନ, ରାକେଶ ମିଶ୍ର, ଅଳକା ମହାନ୍ତି, ନୀଳକମଲ ସେଠୀ, କସିଦା ଖାନ, ସଲମା ବେଗମ, ସୁଲୋଚନା ନାଏକ, ଶିଶିର ପାଳ, ସନ୍ତୋଷ ବେହେରା, ଅଭିମନ୍ୟୁ ପାତ୍ର ବରୁଣ ସାହୁ ପ୍ରମୁଖ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply