ବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

You are currently viewing ବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ସୋମବାର ହୋଇଥିବା ଗୁଳିକାଣ୍ଡର ତଦନ୍ତ କରି ଜଣକୁ ଅଟକ ରଖିଛି ପୋଲିସ। ଏନେଇ ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଘଟଣାର ତଦନ୍ତ ପାଇଁ ପୋଲିସ ୨ଟି ଟିମ୍‌ ଗଠନ କରିଛି। ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଧୋକୁଟା ପଞ୍ଚାୟତ କହ୍ନେଇନଗର ଦୁଇ ଯୁବକ ବିଷ୍ଣୁଚରଣ ନାଏକ(୪୦) ଓ ଶିବରାମ ନାଏକ(୨୮) ଗୁରୁତର ଆହତ ହୋଇଛନ୍ତି। ‌ଉଭୟଙ୍କୁ ଗତକାଲି କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁହିଁଙ୍କ ଶରୀରରୁ ଆଜି ୫ଟି ଗୁଳି ବାହାର କରାଯାଇଛି। ଅସ୍ତ୍ରୋପଚାର କରି ‌ବିଷ୍ଣୁଚରଣଙ୍କ ଶରୀରରୁ ୪ଟି ଓ ଶିବରାମଙ୍କ ଶରୀରରୁ ଗୋଟିଏ ଗୁଳି ବାହାର କରାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

Share

Leave a Reply