ଅନୁଗୁଳ: ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ପ୍ରତିବାଦରେ ଅନୁଗୁଳ ବାର ଆସୋସିଏଶନ କଲମ ଛାଡ଼ ଆନ୍ଦୋଳନ, ଶୋକସଭା ଓ କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରିଛି। ଓଡ଼ିଶା ରାଜ୍ୟ ବାର କାଉନସିଲର ଡାକରାକୁ ସମର୍ଥନ ଜଣାଇ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ସମ୍ପାଦକ ଧୃବଚରଣ ସାହୁ, ଉପସଭାପତି ପ୍ରତାପ କୁମାର ନାଏକ, ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ମହେନ୍ଦ୍ର କୁମାର ବସ୍ତିଆ, ମାନସ ରଞ୍ଜନ ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ପାର୍ଥ ସାରଥୀ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ପ୍ରଭାକର ବିଷୋୟୀ ପ୍ରମୁଖ ସମେତ ଶତାଧିକ ଆଇନଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆଇନଜୀବୀମାନେ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଏବଂ ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।