ଅନୁଗୁଳ ଓକିଲ ସଂଘ ନିର୍ବାଚନ ଶେଷ: ଦିଲ୍ଲୀପ ସଭାପତି ଓ ନିରୋଧ ସାଧାରଣ ସମ୍ପାଦକ ନିର୍ବାଚିତ

You are currently viewing ଅନୁଗୁଳ ଓକିଲ ସଂଘ ନିର୍ବାଚନ ଶେଷ: ଦିଲ୍ଲୀପ ସଭାପତି ଓ ନିରୋଧ ସାଧାରଣ ସମ୍ପାଦକ ନିର୍ବାଚିତ

ଅନୁଗୁଳ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ସଂଘର ନୂତନ କର୍ମକର୍ତ୍ତା ଭାବେ ଦିଲ୍ଲୀପ ସାହୁଙ୍କୁ ସଭାପତି ରୂପେ ଚୟନ କରାଯାଇଛି।
ନିର୍ବାଚନ ଫଳାଫଳ ଅନୁଯାୟୀ, ଦିଲ୍ଲୀପ ସାହୁ ସଭାପତି ଭାବେ ବିଜୟୀ ହୋଇଥିବା ବେଳେ ପ୍ରଦୀପ ଚନ୍ଦ୍ର ପ୍ରଧାନ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ନିରୋଧ କୁମାର ମିଶ୍ରଙ୍କୁ ସାଧାରଣ ସମ୍ପାଦକ ଏବଂ ପ୍ରଭୁ ପ୍ରସାଦ ପ୍ରଧାନଙ୍କୁ ସହ-ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପଟେ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସେଠି ଏବଂ ସାଂସ୍କୃତିକ ସମ୍ପାଦିକା (କଲଚୁରାଲ ସେକ୍ରେଟାରୀ) ଭାବେ ଜ୍ୟୋତ୍ସ୍ନାମୟୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସମଗ୍ର ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ନିର୍ବାଚନ ପରେ ସଂଘର ସଭ୍ୟମାନେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି।

Share

Leave a Reply