ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

You are currently viewing ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଁଗୁଡ଼ିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର ଚିକୁନୁ ମାଝୀ (୨୪)।

ସୂଚନା ମୁତାବକ, ଚାଙ୍ଗୁଡ଼ିଆ ଗ୍ରାମର ଚତୁର୍ଭୁଜ ମାଝୀଙ୍କର କୌଣସି କଥାକୁ ନେଇ ଚିକୁନୁର ମା’ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାରେ ଚିକୁନୁ ହସ୍ତକ୍ଷେପ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଚିକୁନୁ ଉପରେ ପ୍ରତିଶୋଧ ନେବା ପାଇଁ ଚତୁର୍ଭୁଜ ଯୋଜନା କରିଥିଲା।

ସୋମବାର ଅପରାହ୍ନରେ କାଳୀପୂଜା ଭସାଣି ସମୟରେ ଚତୁର୍ଭୁଜ ଏକ କଟୁରୀ ଧରି ଚିକୁନୁକୁ ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରି କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଛେଣ୍ଡିପଦା ପୋଲିସ ଚାଙ୍ଗୁଡ଼ିଆ ଗ୍ରାମରେ ପହଞ୍ଚି ଚତୁର୍ଭୁଜକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Share

Leave a Reply