ଅନୁଗୁଳ: ବାହୁଡା଼ ଯାତ୍ରା ଅବସରରେ ଅନୁଗୁଳ ଓକିଲ ସଂଘ ପକ୍ଷରୁ ବଡଦାଣ୍ଡରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ବାହୁଡା଼ ଯାତ୍ରା ଦେଖିବାକୁ ଆସିଥିବା ଭକ୍ତ ମାନଙ୍କୁ ଖେଚିଡ଼ି, ଡାଲମା ଓ ଖଟା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ଉପସଭାପତି ପ୍ରତାପ ନାଏକ, ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ ଏବଂ ବହୁ ଆଇନଜୀବୀ ଉପସ୍ଥିତ ରହି ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଉର୍ଦ୍ଧ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଓକିଲ ସଂଘର ଏହି ସେବାକାର୍ଯ୍ୟ ପାଇଁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଛନ୍ତି।