ଅନୁଗୁଳ: ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତିକୁ ବିରୋଧ କରି ସତ୍ୟାଗ୍ରହରେ ବସିଛି ଅନୁଗୁଳ ଓକିଲ ସଂଘ। ତାଙ୍କ କହିବାନୁସାରେ, ଦେଶର ଉନ୍ନତି ପାଇଁ ଓକିଲଙ୍କ ବହୁ ଅବଦାନ ରହିଛି । ବିଶେଷ କରି ଅନ୍ୟାୟ, ଅତ୍ୟାଚାରର ପ୍ରତିବାଦ କରି ଆଇନଜୀବୀ ମାନେ ରାଜ୍ୟ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ ଆଇନଜୀବୀ ପରିଷଦ ଓକିଲମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତିକୁ ଅନୁଗୁଳ ଓକିଲ ସଂଘ ପ୍ରତିବାଦ କରିଛି। ସକାଳ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓକିଲ ମାନେ ସତ୍ୟାଗ୍ରହ କରିଥିବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିବା ଜଣାଯାଇଛି।
ଓକିଲ ମାରଣ ନୀତିକୁ ବିରୋଧ କରି ସତ୍ୟାଗ୍ରହରେ ବସିଛନ୍ତି ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା
- Post published:December 12, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul