ଅନୁଗୁଳ ଓକିଲ ସଂଘ ପକ୍ଷରୁ ପୋର୍ଟଫୋଲିଓ ଜଷ୍ଟିସ ଭି.ନରସିଂହାଙ୍କୁ ସମ୍ବର୍ଦ୍ଧନା

You are currently viewing ଅନୁଗୁଳ ଓକିଲ ସଂଘ ପକ୍ଷରୁ ପୋର୍ଟଫୋଲିଓ ଜଷ୍ଟିସ ଭି.ନରସିଂହାଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆଜି ଜିଲ୍ଲା କୋର୍ଟସ୍ଥିତ ଓକିଲଙ୍କ ସଭାଗୃହରେ ପୋର୍ଟଫୋଲିଓ ଜଷ୍ଟିସ ଭି. ନରସିଂହାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମଞ୍ଚରେ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ଉପସ୍ଥିତ ଥିବା ଅତିଥି ଜଷ୍ଟିସ ଭି. ନରସିଂହାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ହାଇକୋର୍ଟର ରେଜିଷ୍ଟର (ସାଧାରଣ) ରାଧାକାନ୍ତ ପଟ୍ଟନାୟକ ଓ ଅନୁଗୁଳ ଜିଲ୍ଲା ଜଜ୍ ଦାମୋଦର ରଥ ମଞ୍ଚାସୀନ ଥିଲେ। ସଭାରେ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ଜଷ୍ଟିସ ନରସିଂହାଙ୍କୁ କୋର୍ଟ ପରିସରରେ ଏକ କ୍ୟାଣ୍ଟିନ ଗୃହ ନିର୍ମାଣ, କମର୍ସିଆଲ କୋର୍ଟ ଓ ଅନ୍ୟାନ୍ୟ ଦାବି ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜଷ୍ଟିସ ନରସିଂହା ଏହାକୁ ଅତିଶୀଘ୍ର ପୂରଣ କରିବାକୁ ସହମତି ପ୍ରକାଶ କରିଥିଲେ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓକିଲ ସଂଘର ଉପସଭାପତି ପ୍ରତାପ ନାଏକ, ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ସହସମ୍ପାଦକ ନରୋତ୍ତମ ନାୟକ, ସାଂସ୍କୃତିକ ସମ୍ପାଦକ ଜ୍ୟୋସ୍ନାମୟୀ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ ସେଠୀ, ବରିଷ୍ଠ ଆଇନଜୀବୀ ଭାସ୍କର ବେହେରା, ବସନ୍ତ ଦାସ, ସୁବାସ ସାହୁ, ରବୀନ୍ଦ୍ର ପଟ୍ଟନାୟକ, ଉଦୟ ଶଙ୍କର ମିଶ୍ର, ଦ୍ୱାରିକା ପ୍ରସାଦ ନନ୍ଦ, ହେମନ୍ତ ସାହୁ, ରମେଶ ସାହୁ, ଗୋପାଳ ନାଥ, ପ୍ରଦୀପ ପଣ୍ଡା, ଅର୍ଜୁନ ମୁଦୁଲି, ବିଜୟ ମହାରଣା, ବିପିନ ସାହୁ, ରଞ୍ଜନ ପାତ୍ର, ଅଶୋକ ପଟ୍ଟନାୟକ, ପାର୍ଥ ସାରଥୀ ପ୍ରଧାନ, ସୁନୀଲ ସାହୁ, କୁଶ ସାହୁ, ଅରବିନ୍ଦ ମିଶ୍ର, ସଞ୍ଜୟ ମହାପାତ୍ର, ପଦ୍ମ ଚରଣ ପ୍ରଧାନ, ସରିତା ରାଣୀ ମିଶ୍ରଙ୍କ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

Share

Leave a Reply