ବିକାଶର ପଥେ ଅନୁଗୁଳ ବିଇଡି କଲେଜ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହେଲା ଚୁକ୍ତିନାମା

You are currently viewing ବିକାଶର ପଥେ ଅନୁଗୁଳ ବିଇଡି କଲେଜ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହେଲା ଚୁକ୍ତିନାମା

ଅନୁଗୁଳ: ମଙ୍ଗଳବାର ଅନୁଗୁଳର ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ବହୁମୁଖୀ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। “ନାକ” ମାନ୍ୟତା ତଥା ଉଭୟ ଶିକ୍ଷାନୁଷ୍ଠାନର ଉଚ୍ଚତର ଭାଗିଦାରିତା ପାଇଁ ଉଦ୍ଦିଷ୍ଟ ଏହି ବୁଝାମଣା ପତ୍ରରେ ଆଗାମୀ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ।

ଉଭୟ ଅନୁଷ୍ଠାନ ମଧ୍ୟରେ ଏହି ସମନ୍ବିତ ବୁଝାମଣାପତ୍ର ଦ୍ୱାରା ଖାଲି ଯେ ଶିକ୍ଷାର୍ଥୀ ମାନେ ଉପକୃତ ହେବେ ତାହା ନୁହେଁ, ବରଂ ଉଭୟ ଅନୁଷ୍ଠାନର ଶିକ୍ଷକ ମାନେ ମଧ୍ୟ ଅନୁରୂପ ଭାବରେ ଶିକ୍ଷା ଓ ଗବେଷଣାରେ ସାମିଲ ହୋଇ ପାରିବେ ବୋଲି ଆଶା କରାଯାଉଛି। ଉଭୟ ଅନୁଷ୍ଠାନ ମଧ୍ୟରେ ବିଭିନ୍ନ ସମୟରେ ଆଲୋଚନାଚକ୍ର, କର୍ମଶାଳା, ସମ୍ବଳ ବିନିମୟ, ସ୍ୱଳ୍ପ କାଳୀନ ତାଲିମ, ଗୋଷ୍ଠୀ ଭାବ ବିନିମୟ, ପ୍ରଯୁକ୍ତି ସହାୟତା, ପ୍ରକଳ୍ପ ସହଭାଗିତା, ମାନବ ସମ୍ବଳ ବିନିମୟ, ତଥା ଉଚ୍ଚତର ଶିକ୍ଷା ଗବେଷଣା ଦିଗରେ କାର୍ଯ୍ୟ କରାଯିବ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓ ନବକୃଷ୍ଣ ଚୌଧୁରୀ ବିଇଡି କଲେଜର ଅଧ୍ୟକ୍ଷା ଡଃ. ଦ୍ରୌପଦୀ ପଟେଲଙ୍କ ଦ୍ୱାରା ଏମ.ଓ.ୟୁ ସ୍ୱାକ୍ଷରିତ ହୋଇଥିଲା।
ଏ ଅବସରରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତରଫରୁ ପ୍ରଫେସର ସନ୍ଧ୍ୟାରାଣୀ ସାହୁ, ପ୍ରଫେସର ହୃଷିକେଶ ସେନାପତି, ପ୍ରଫେସର ଭୁଜେନ୍ଦ୍ର ନାଥ ପଣ୍ଡା, ପ୍ରଫେସର ଆଇ.ପି. ଗୋରାମ୍ମା, ପ୍ରଫେସର ଏଲ.ଡି ବେହେରା ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ଅନୁଗୁଳ ବିଇଡି କଲେଜରୁ ଆନ୍ତରିଣ ଗୁଣବତ୍ତା ପରୀକ୍ଷଣ ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ସାହୁ ଉପସ୍ଥିତ ଥିଲେ।

Share

Leave a Reply