ଘୋଷଣା ହେଲା ଅନୁଗୁଳ ବିଜୁ ଯୁବ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ

You are currently viewing ଘୋଷଣା ହେଲା ଅନୁଗୁଳ ବିଜୁ ଯୁବ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ

ଅନୁଗୁଳ: ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଦଳର ଅନୁଗୁଳ ସାଙ୍ଗଠନିକ ଜିଲ୍ଲା କମିଟିର ମଙ୍ଗଳବାର ଘୋଷଣା କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି, ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟଙ୍କ ସହମତି କ୍ରମେ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବୌମକେଶ ରାଏ ଏହି କମିଟିକୁ ଅନୁମୋଦନ କରିଛନ୍ତି।
ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୧୪ ଜଣ ଜିଲ୍ଲା ଉପ ସଭାପତି, ୧୫ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୩୧ ଜଣ ସମ୍ପାଦକ, ଜଣେ ଜିଲ୍ଲା ଆଇଟି କୋ-ଅଡିନେଟର୍, ୫ ଜଣ ନିର୍ବାଚନ ମଣ୍ଡଳୀ ସଭାପତି, ୫ ଜଣ ନିର୍ବାଚନ ମଣ୍ଡଳୀ ଆଇଟି କୋଡିନେଟର୍, ୧୦ ଜଣ ବ୍ଲକ୍ ସଭାପତି ଓ କାର୍ଯ୍ୟକାରୀ ସଭାପତି ଏବଂ ୩ ଜଣ ମ୍ୟୁନିସିପାଲଟି ସଭାପତି ନିଯୁକ୍ତି ପାଇଛନ୍ତି।

Share

Leave a Reply