ଅନୁଗୁଳରେ ମିଶ୍ରଣ ପର୍ବ: ବସଲା ସରପଞ୍ଚଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ

You are currently viewing ଅନୁଗୁଳରେ ମିଶ୍ରଣ ପର୍ବ: ବସଲା ସରପଞ୍ଚଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ

ଅନୁଗୁଳରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବସଲା ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦାନ କରିଛନ୍ତି।

ବିଜେପି ନେତା ଗଣେଶ୍ୱର ସାହୁ, ବିଜେପି ନେତା କିଷାନ ବେହେରା, ବିନୟ ଘଡାଇ ଉପସ୍ଥିତ ରହି ତାଙ୍କୁ ଦଳକୁ ସ୍ୱାଗତ୍ ଜଣାଇଥିଲେ। ତାଙ୍କ ସମସ୍ତଙ୍କ ଯୋଗଦାନରେ ବସଲା ଗ୍ରାମରେ ଦଳର ସଂଗଠନ ଆହୁରି ସୁଦୃଢ ହେବ ବୋଲି ଆଶା ଓ ବିଶ୍ବାସ ପ୍ରକଟ କରିଛନ୍ତି।

Share

Leave a Reply